MMDR ବିଲ୍ର ତୁରନ୍ତ ପ୍ରତ୍ୟାହାର ଦାବିରେ ଓଡ଼ିଶା ଲୋକ ଦଳ ପକ୍ଷରୁ ଭୁବନେଶ୍ୱରରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ଦଳର ନେତୃବୃନ୍ଦ, କର୍ମକର୍ତ୍ତା ଓ ସମର୍ଥକମାନେ ଯୋଗଦେଇ MMDR ବିଲ୍କୁ ନେଇ ନିଜର ଦୃଢ଼ ବିରୋଧ ପ୍ରକାଶ କରିଥିଲେ।
ବିକ୍ଷୋଭକାରୀମାନେ ଓଡ଼ିଶାର ପ୍ରାକୃତିକ ସମ୍ପଦ, ଖଣିଜ ସମ୍ପଦ, ପରିବେଶ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଦାବି ଉଠାଇଥିଲେ। ଓଡ଼ିଶା ଏକ ଖଣିଜ ସମ୍ପଦରେ ସମୃଦ୍ଧ ରାଜ୍ୟ ହୋଇଥିବାରୁ ରାଜ୍ୟର ହିତ ଓ ଅଧିକାରକୁ କୌଣସି ପରିସ୍ଥିତିରେ ଅବହେଳା ନକରିବାକୁ ଦଳ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ଏହି ଅବସରରେ ଓଡ଼ିଶା ଲୋକ ଦଳ ପକ୍ଷରୁ MMDR ବିଲ୍ ପ୍ରତ୍ୟାହାର କରିବା ସହ ଓଡ଼ିଶାର ପ୍ରାକୃତିକ ଓ ଖଣିଜ ସମ୍ପଦ ଉପରେ ରାଜ୍ୟର ହିତକୁ ସୁରକ୍ଷିତ ରଖିବା ପାଇଁ ଦାବି କରାଯାଇଛି।
ମୁଖ୍ୟ ଦାବି:
MMDR ବିଲ୍ର ପ୍ରତ୍ୟାହାର ଏବଂ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା।