+୯୧ ୮୩୩୮୯୯୮୮୬୦  |  odishaloka@gmail.com
26 ସେପ୍ଟେମ୍ବର 2026

କେନ୍ଦୁଝରରେ MMDR Act 2026 ବିରୋଧରେ ବିକ୍ଷୋଭ, ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର କେନ୍ଦୁଝର | ୨୧ ସେପ୍ଟେମ୍ବର ୨୦୨୬

MMDR Act 2026 ବିରୋଧରେ ଓଡ଼ିଶା ଲୋକ ଦଳ ପକ୍ଷରୁ କେନ୍ଦୁଝରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶାର ଖଣିଜ ସମ୍ପଦ, ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସହ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ଦଳ ପକ୍ଷରୁ ଦାବି ଉଠାଯାଇଥିଲା।

ଏହି ଅବସରରେ ଦଳର ନେତୃବୃନ୍ଦ, କର୍ମକର୍ତ୍ତା ଓ ସମର୍ଥକମାନେ ଯୋଗଦେଇ MMDR Act 2026 ବିରୋଧରେ ପ୍ରତିବାଦ ଜଣାଇଥିଲେ। ଏଥିସହ ଦଳର ଦାବିଗୁଡ଼ିକ ସମ୍ପର୍କରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ମୁଖ୍ୟ ଦାବି

* MMDR Act 2026 ର ପ୍ରତ୍ୟାହାର।
* ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ସ୍ୱାର୍ଥର ସୁରକ୍ଷା।
* ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା।
* ଖଣିଜ ସମ୍ପଦରୁ ଓଡ଼ିଶାବାସୀଙ୍କ ହିତ ଓ ଅଧିକାର ସୁନିଶ୍ଚିତ କରିବା।

ଓଡ଼ିଶାର ପ୍ରାକୃତିକ ଓ ଖଣିଜ ସମ୍ପଦର ସୁରକ୍ଷା ସହ ରାଜ୍ୟବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଓଡ଼ିଶା ଲୋକ ଦଳର ଏହି ଗଣତାନ୍ତ୍ରିକ ଆନ୍ଦୋଳନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
all_news_back

ଆସନ୍ତୁ, ଓଡ଼ିଶାର ବିକାଶ ପାଇଁ ଏକାଠି ହେବା

ଆମ ଦଳରେ ସାମିଲ ହୁଅନ୍ତୁ ଏବଂ ଓଡ଼ିଶାର ଉନ୍ନତି ପାଇଁ ଯୋଗଦାନ ଦିଅନ୍ତୁ

ସଦସ୍ୟ ହୁଅନ୍ତୁ