
ଆମ ବିଷୟରେ / About Us
ଆମ ରାଜ୍ୟର ବିକାଶ ପାଇଁ, ଆମ ରାଜ୍ୟର ଯୁବଗୋଷ୍ଠୀଙ୍କୁ ଏକ ନୂତନ ଦିଗଦର୍ଶନ ଦେବା ପାଇଁ, ଆମ ସମସ୍ତଙ୍କୁ ଏକତ୍ରିତ କରିବା ପାଇଁ, ଏବଂ ଆମ ପାଇଁ ଓ ଆମ ପର ପୀଢ଼ି ପାଇଁ ଏକ ଉନ୍ନତତର ସମାଜ ପ୍ରତିଷ୍ଠା ପାଇଁ କିଛି ନିମ୍ନ ମଧ୍ୟବିତ୍ତ ଶ୍ରେଣୀରୁ ଆସିଥିବା ଶିକ୍ଷିତ ଏବଂ ଆଧୁନିକ ଓ ପ୍ରଗତିଶୀଳ ଲକ୍ଷ ରଖିଥିବା ଯୁବଗୋଷ୍ଠୀଙ୍କ ଦ୍ୱାରା ଏହା ଆରମ୍ଭ କରାଯାଇଅଛି |
ଯୁବକମାନେ ଆମର ଭବିଷ୍ୟତ ଏବଂ ଆମେ ବିଶ୍ୱାସ ରଖୁ ଯେ ଭଲଲୋକମାନେ ରାଜନୀତିକୁ ଆସିପାରିଲେ ଆମ ସମାଜର ସମସ୍ତ ସମସ୍ୟାର ସମାଧାନ ହେଇପାରିବ |
ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ଆମ ଦେଶର ରାଜନୈତିକ ବ୍ୟବସ୍ଥାରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିବାକୁ ଏବଂ ସେମାନଙ୍କୁ ଆମ ସମାଜର ଭବିଷ୍ୟ ନେତୃତ୍ୱଭାବରେ ପୋଷଣ କରିବାକୁ ଆମେ ଲକ୍ଷ ରଖିଛୁ |